ପବିତ୍ର ଦୀପାବଳି କୁ ମହା ସମାରୋହରେ ପାଳନ କରିବାକୁ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଇଛି| ଏହି ଆଲୋକର ପର୍ବ ରେ ହିନ୍ଦୁ ପରମ୍ପରା ଅନୁଯାୟୀ ଏଗାର ହଜାର ରୁ ଉର୍ଦ୍ଧ୍ବ ଦୀପ ମନ୍ଦିର ପରିସରରେ ପ୍ରଜ୍ବଳନ କରି ଏକ ନୂଆଁ ଓ ଅନନ୍ୟ ପରମ୍ପରା ଆରମ୍ଭ କରିବାର ପ୍ରୟାସ କରୁଛି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ | ଏହି ମହାନ ପର୍ବରେ ଆପଣମାନେ ସମସ୍ତେ ସାମିଲ ହୋଇ ମା ସମଲେଶ୍ୱରୀଙ୍କ ଚରଣରେ ଅର୍ପିତ ଦୀପ ଦର୍ଶନ କରି ଦୀପାବଳି ପାଳନ କରିବାକୁ ଟ୍ରଷ୍ଟ ବୋର୍ଡ ନିମନ୍ତ୍ରଣ କରୁଛି | ଏହି କାର୍ଯ୍ୟକ୍ରମ ସନ୍ଧ୍ୟା 5:00 ଘଣ୍ଟା ରୁ ସନ୍ଧ୍ୟା 7:00 ଘଣ୍ଟା ମଧ୍ୟରେ ଅନୁଷ୍ଠିତ ହ