ସୋମବାର ସନ୍ଧ୍ୟା 5.30 ଘଣ୍ଟା ସମୟରେ ବରଗଡ଼–ଭେଡ଼େନ କେନାଲ ରାସ୍ତାର ଉନ୍ନତିକରଣ ପାଇଁ ୫ କୋଟି ୩୬ ଲକ୍ଷ ୫୭ ହଜାର ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କଲେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ | ଏହି ଅବସରରେ ବରଗଡ଼–ଭେଡ଼େନ କେନାଲ ରାସ୍ତାରେ ଥିବା ସୂର୍ଯ୍ୟ ଦ୍ୱାର ନିକଟରେ ବିହାରୀ ସମାଜ ତରଫରୁ ଛଟ୍ ପୂଜା ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦାନ କରି ଉତ୍ସବ ପାଳନ କରିଥିଲେ । ବିଧାୟକଙ୍କ ସହ ପୂର୍ବତନ ନଗରପାଳ ଓ ବିହାରୀ ସମାଜର ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।