ଆନନ୍ଦପୁର: ଅଣା ଛକରେ ଦୁଇ ବାଇକ ମୁଁହା ମୁଁହି ଧକ୍କା, ଦୁଇ ଗୁରୁତର
ଆନନ୍ଦପୁର ଭଦ୍ରକ ରାସ୍ତାର ଅଣା ଛକରେ ଆଜି ଦିନ ୩ ଟା ବେଳେ ଦୁଇ ବାଇକ ମୁଁହା ମୁଁହି ଧକ୍କା ହେବାରୁ ଦୁଇ ଜଣ ଗୁରୁତର ହୋଇଛନ୍ତି। ଜଣେ ଯୁବକ ଆନନ୍ଦପୁର ପଟୁ ଭଦ୍ରକ ଆଡକୁ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ବାଇକ ଟି ଧକ୍କା ଦେଇଥିଲା। ଉଭୟ ରାସ୍ତା କାଡ଼କୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରି ଅଗ୍ନିଶମ ବାହିନୀ ସହଯୋଗରେ ଡାକ୍ତରଖାନାକୁ ପଠାଇଛନ୍ତି। ନନ୍ଦିପଦା ପୁଲିସ ପହଞ୍ଚି ବାଇକ ଦୁଇଟିକୁ ଜବଦ କରିଛି।