ଚାରୋଟି ୱାର୍ଡର ସଭାପତି ଓ ସମ୍ପାଦକ କାହାକୁ ନଜଣାଇ ଏକ ଏକରରୁ ଅଧିକ ଜାଗା ପାଇଁ ୧୪ ଲକ୍ଷ ନେ଼ଇ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା କରିବା ପାଇଁ ଗୋଚର ଜମିରୁ ୨୭ଟି ତାଳଗଛ ଓ ୧୦ଟି ଶାଗୁଆନ ଗଛ ସହିତ ଅନ୍ୟାନ୍ୟ ୩୦ଟି ଗଛ କାଟି ଦେଇଛନ୍ତି। ଚାରୋଟି ୱାର୍ଡର ସଭାପତି ଓ ସମ୍ପାଦକ ମନ ଇଚ୍ଛା କାର୍ଯ୍ୟ କରୁଛନ୍ତି। ସରକାର ଗଛ ଲଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସଭାପତି ଓ ସମ୍ପାଦକ ଗଛ କାଟିବା ଘଟଣାକୁ ନେଇ ବନ ବିଭାଗକୁ ପବିତ୍ର ବାରିକ, ଦାଶରଥି ବେହେରା, ସିପୁନ ନାଥ, ଆରତ ସାହୁ, ଅଭି ବାରିକ, ଦାମୋଦର ବାରିକ, ପ୍ରଦ୍ୟୁମ୍ନ ସାହୁଙ୍କ ସହିତ ଅନେକ ବ୍ୟକ୍ତି ଅଭ