ବରଗଡ଼ ଜିଲ୍ଲାର ମଣ୍ଡି ମାନଙ୍କ ଠାରେ ହେଉଥିବା ସମସ୍ୟାର ସମାଧାନକୁ ନେଇ ପ୍ରତିକ୍ରିୟା ରଖିଲେ ବରଗଡ଼ ଜିଲ୍ଲାପାଳ | ଗୁରୁବାର ଅପରାହ୍ନ 4 ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ନିଜ ପ୍ରତିକ୍ରିୟା ରଖିଛନ୍ତି | ସମସ୍ତ ମଣ୍ଡି ମାନଙ୍କ ଠାରେ ଗୋଟିଏ MNO ମଣ୍ଡି ନୋଡାଲ ଅଫିସର ରହିଥିବା ବେଳେ କୌଣସି ଚାଷୀଙ୍କ ସମସ୍ୟା ହେଲେ ତାଙ୍କୁ ଜଣାଇବା ପାଇଁ ପ୍ରତିକ୍ରିୟା ରଖିଛନ୍ତି | ଏହା ସହ ବରଗଡ଼ ମଣ୍ଡିରେ ହେଉଥିବା ସମସ୍ୟା ବିଷୟକୁ ନେଇ ନିଜ ପ୍ରତିକ୍ରିୟା ରଖିବା ସହ ଏଭଳି ଘଟଣା ହେଲେ ପ୍ରଶାସନ ପକ୍ଷରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ