ସମନ୍ୱିତ ଶିଶୁ ବିକାଶ ଯୋଜନା ସମ୍ବଲପୁର ସହରାଞ୍ଚଳା ତରଫରୁ ସ୍ଥାନୀୟ ନୁଆପଡା କଲ୍ୟାଣ ମଣ୍ଡପ ଠାରେ ପ୍ରକଳ୍ପସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଡା. ମହେନ୍ଦ୍ର ନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସ୍ୱାସ୍ଥ୍ୟ ଓ ପୋଷଣ ସହିତ ଜଡିତ ସମସ୍ୟା ଗୁଡିକ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ରୂପେ ସମ୍ବଲପୁର ମହାନଗର ନିଗମର ଡେପୁଟି କମିଶନର ଭିକ୍ଟର ସୋରେନ ଯୋଗ ଦେଇ ପୋଷଣ କାର୍ଯ୍ୟକ୍ରମକୁ ରୂପାୟନ କରିବା ଦିଗରେ ଅଙ୍ଗନୱାଡି କର୍ମୀଙ୍କ ଭୂମିକାକୁ ପ୍ରଶଂସା କରିଥିଲେ । ସିଡିପିଓ ମିନତୀ ପାଣିଗ୍ରାହୀ ପୋଷଣ ମାସ ୨୦୨୫ ର ଲକ୍