ଜମନକିରା ବ୍ଲକ ଅନ୍ତର୍ଗତ ଫାସିମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ରବିବାର ଦିନ ଆୟୋଜିତ ହୋଇଥିବା ଏହାର ଉଦଯାପନୀ ଉତ୍ସବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ପଞ୍ଚାୟତି ରାଜ୍ ମନ୍ତ୍ରୀ ରବି ନାରାୟଣ ନାଏକ ଅତିଥି ଭାବେ ଯୋଗ ଦେଇ ଉତ୍ସାହିତ କରିଥିଲେ। ଏହି ପୁରାତନ ଶିକ୍ଷାନୁଷ୍ଠାନ ଏକ ଶତାବ୍ଦୀରୁ ଅଧିକ ସମୟ ଧରି ଅଞ୍ଚଳରେ ଜ୍ଞାନର ଆଲୋକ ବିତରଣ କରିବା ସହ ଅନେକ ପ୍ରତିଭାବାନ ବ୍ୟକ୍ତିତ୍ୱ ଗଢ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ମନ୍ତ୍ରୀ ଶ୍ରୀ ନାଏକ ନିଜ ବକ୍ତବ୍ୟରେ କହିଥିଲେ।