କେନ୍ଦୁଝର:୦୯/୧୧, ଆଜି କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳ ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ନେତୃତ୍ବରେ ସଦରମହକୁମା ସ୍ଥିତ ଟାଉନ ଥାନା ସନ୍ନିକଟ ବିଜୁ ପଟ୍ଟନାୟକ ଛକ ଠାରୁ ବିଶାଳ ସଭା ଯାତ୍ରା ଆରମ୍ଭ କରି ନଗରପରିକ୍ରମା ହୋଇଥିଲା । ସଭା ଯାତ୍ରା ଆରମ୍ଭ କରିବା ପୂର୍ବରୁ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ଦଳୀୟ ବରିଷ୍ଠ ନେତୃବର୍ଗ, କର୍ମୀଗଣ ଙ୍କ ସମେତ ଶତାଧୂକ ସମର୍ଥକମାନେ ବିଶାଳ ସଭା ଯାତ୍ରାରେ ସାମିଲ୍ ହୋଇଥିଲେ। ଏଥିରେ ପୂର୍ବତନ ସଭାପତି ମାଧବ ସର୍ଦାର, ନଗର ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, ସଦର ବ୍ଲକ ସଭାପତି ଚକ୍ରଧର ପରିଡା ଉପସ୍ଥିତ ।