ବାପା ଓ ମା’ଙ୍କୁ ଲୁହା ଛଡରେ ଆକ୍ରମଣ ଏବଂ ନିର୍ଯ୍ୟାତନା ଅଭିଯୋଗରେ ପୁଅ ଗିରଫ । ଦେବଗଡ ଥାନା କଂଟାପାଲି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖାଯାଇଛି । ଗିରଫ ଅଭିଯୁକ୍ତ ବିବେକାନନ୍ଦ ପ୍ରଧାନ (୩୨) ବୋଲି ଜଣାପଡିଛି । ବିବେକାନନ୍ଦଙ୍କୁ ପୋଲିସ ଆଜି କୋର୍ଟଚାଲାଣ କରିଥିବା ବେଳେ ମାନ୍ୟବର ଅଦାଲତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ଜଣାପଡିଛି । ଆଜି ରାତି ୯ ଟାରେ ଏନେଇ ଦେବଗଡ ଥାନା ପୋଲିସ ଠାରୁ ସୂଚନା ମିଳିଛି ।