ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ମଦ ବିରୋଧି ମହିଳା ସଂଗଠନ ର ସଦସ୍ୟା ମାନେ ଆଜି ବଡ଼ଗାଁ ଥାନା ଆଇଆଇସି ମହେନ୍ଦ୍ର ସାହୁ ଙ୍କୁ ଭେଟି ବଡ଼ଗାଁର ବିଭିନ୍ନ ଗ୍ରାମର ମଦ ବେପାରୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତିି। ମହିଳା ଗୋଷ୍ଠୀ ସଦସ୍ୟା ମାନେ ପ୍ରଥମେ ଇଲେକ୍ଟିଅଫିସ ଉପର ପଡ଼ା ରେ ଏକ ମଦ ବିରୋଧୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ପୁର୍ବତନ ନାଏବ ସରପଞ୍ଚ କେଶବ କର୍ସେଲ, ସୁନ୍ଦରଗଡ଼ ନିଶା ନିବାରଣ କେନ୍ଦ୍ର ର ସରୋଜ ସାହୁ ଅଂଶ ଗ୍ରହଣ କରି ମଦ ର କୁ ପ୍ରଭାବ ଉପରେ ଆଲୋଚନା କରିବା ସହ ଏହା ଏକ ସାମାଜିକ ବ୍ୟାଧି ବୋଲି ମତବ୍ୟକ୍ତ କରିଥିଲେ।