କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ପଞ୍ଚାୟତ ସମିତି କାର୍ଯ୍ୟଳୟ ପରିସରରେ ସମୀକ୍ଷା ବୈଠକରେ ଅଦୃଶ୍ୟ ଶକ୍ତି କୁ ନେଇ ଉଠିଲା ଝଡ଼,ସାଂସଦ ରଖିଲେ ପ୍ରତିକ୍ରିୟା
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ୨୧ଗୋଟି ପଞ୍ଚାୟତ କୁ ନେଇ ପଞ୍ଚାୟତ ସମିତି କାର୍ଯ୍ୟଳୟ ପରିସରରେ ଆସ୍କା ସାଂସଦ ଅନିତା ଶୁଭଦର୍ଶନୀ ପଟ୍ଟନାୟକ ଓ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଉପସ୍ଥିତ ରେ ୨୧ଗୋଟି ପଞ୍ଚାୟତ ର ସମୀକ୍ଷା ଆରମ୍ଭ ହୋଇଥିଲା. ବିଶେଷ କରି ଆସ୍କା ନିର୍ବାଚନ ମଣ୍ଡଳୀର ଅଧୀନରେ ଥିବା 12 ଗୋଟି ପଞ୍ଚାୟତ ରେ ଆସ୍କା ବିଧାୟକ ଙ୍କ ସାଂସଦ ଗୋଷ୍ଠୀ ଙ୍କୁ ବିରୋଧ କରି କୌଣସି କାର୍ଯ୍ୟ ହେଉନଥିବା ବେଳେ କାମ ଶେଷ ହୋଇଥିଲେ ମଧ୍ୟ ବିଲ ମିଳିନଥିବା ଅଭିଯୋଗ ହୋଇଥିଲା।