ଖରିଆର: ବୋଡ଼େନ ଠାରେ ବୋଡ଼େନ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବିଧାୟକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ପାଳିତ
ବୋଡ଼େନ ଠାରେ ବୋଡେନ ବ୍ଲକ ବିଜୁ ଜନତା ଦଳ ତରଫରୁ ଦିବଂଗତ ଜନନେତା ପୂର୍ବତନ ମନ୍ତ୍ରୀ ତଥା ନୁଆପଡା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ପରଲୋକରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆଜି ୬ ଟାରେ ଅନୁଷ୍ଠିତ ହୋଇଯାଇଛି। ବିଜୁ ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଜୁ ଜନତା ଦଳର କର୍ମକର୍ତ୍ତା ଯୋଗଦେଇ ସ୍ବର୍ଗତ ଶ୍ରୀ ଢୋଲକିଆଙ୍କ ଅମର ଆତ୍ମାର ସଦଗତି କାମନା କରି ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ। ଏନେଇ ସ୍ମୃତି ଚାରଣ କରାଯାଇଥିଲା।