ପୋଲସରା: ମୃତ୍ୟୁ ର ଚାରିଦିନ ପରେ ଜନ୍ମମାଟି ବୁଗୁଡ଼ା କାଦପଡା ଗ୍ରାମରେ ପହଞ୍ଚିଲା ମୃତ ଶ୍ରମିକ ଙ୍କ ମରଶରୀର,ପରିବାର କୁ କ୍ଷତିପୂରଣ ଯୋଗାଇବାକୁ ଦାବୀ
ଗଞ୍ଜାମ ରେ ପୁଣି ଦାଦନ ଦୁଃଖ l ପରିବାରର ପ୍ରତିପୋଷଣ ପାଇଁ ବାହାର ରାଜ୍ୟ କୁ ଯାଇଥିବା ଶ୍ରମିକ ର ମୃତ୍ୟୁ l ମୃତ୍ୟୁ ର ଚାରିଦିନ ପରେ ଜନ୍ମ ମାଟିରେ ପହଞ୍ଚିଲା ମରଶରୀର l ମୃତ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଏନଏସି ୧୩ ନମ୍ବର ଓ୍ବାର୍ଡ କାଦପଡା ଗ୍ରାମର ଅନିଲ ଜେନା ହୋଇଥିବା ବେଳେ ସେ ଦେଢ଼ ବର୍ଷ ଧରି ଚେନ୍ନାଇର ଏକ ଘରୋଇ କମ୍ପାନୀରେ ଦାଦନ ଶ୍ରମିକଙ୍କ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ l ତେବେ ଗତ ମଙ୍ଗଳବାର ରାତିରେ ଅନିଲ କମ୍ପାନୀରେ କାମ କରିବା ସମୟରେ ମୁଣ୍ଡରେ ଗଭୀର ଆଘାତ ଲାଗି ଗୁରୁତର ହୋଇଥିଲେ l