ରେଙ୍ଗାଲି ଥାନା ଅନ୍ତର୍ଗତ ରଂପେଲା ଅଞ୍ଚଳରେ ଥିବା ଏକ ଦୋକାନରେ ଫାଟିଲା ଗେସ ସିଲିଣ୍ଡର l ଗେସ ଟାଙ୍କି ଫାଟିବା ଦ୍ୱାରା ଦୋକାନର ଆଜବେଷ୍ଟସ ଭାଙ୍ଗି ଉଡିଯାଇଥିଲା। ସ୍ଥାନୀୟ ଲୋକେ କିଛି ବୁଝିବା ପୂର୍ବରୁ ଦୋକାନଟି ହୁ ହୁ ହୋଇ ଜଳି ଯାଇଥିଲା । ଏହି ଦୋକାନରେ ବେଆଇନ ଭାବେ ଗୋଟିଏ ସିଲିଣ୍ଡର ରୁ ଆଉ ଗୋଟିଏ ସିଲିଣ୍ଡର ରେ ଗେସ ଭର୍ତି କରୁଥିବା ସମୟରେ ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଛି l ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ କଲେ ଆୟତ୍ତ l