ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଗ୍ରାମ ରେ ଘର ଭିତରେ ଝୁଲିଛି ମୃତ ଶରୀର, ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ। ମୃତକ ଜଣ ଙ୍କ ହେଲେ ହିନ୍ଦୋଳ ସରଧାପୁର ଗ୍ରାମର ପୁଅ ଭାସ୍କର ପୁଷ୍ଟି (୫୫) । ସୂଚନା ଯେ, ହିନ୍ଦୋଳ ସରଧାପୁର ଗ୍ରାମର ପଙ୍କଜ ପୁଷ୍ଟି ଙ୍କ ପୁଅ ଭାସ୍କର ପୁଷ୍ଟି ଜଣେ ରାଜ ମିସ୍ତ୍ରୀ। ସେ ୧ ବର୍ଷ ହେଲା ତୁରଙ୍ଗ ଗ୍ରାମରେ ଦୁଇ ପୁଅ ଏବଂ ସ୍ତ୍ରୀ ଙ୍କ ସହ ଭଡା ଘରେ ରହୁଥିଲେ। ଆଜି ବଡ ପୁଅ ଏବଂ ସହ ପୁଅ କାମକୁ ଯାଇଥିଲେ ବେଳେ ଭାସ୍କର ଙ୍କ ସ୍ତ୍ରୀ ବାପା ଘର କୁ ଯାଇଥିଲେ। ଅପରାହ୍ନ ପର୍ଯ୍ୟନ୍ତ ବାଟ ନ ଫିଟିବାରୁ କବାଟ ବାଡେଇ ଥିଲେ। କିନ୍ତୁ କୌଣସି ଉତ୍ତର ଆସି ନଥି