ୟୁଟୁବ ଓ ଫେସବୁକ ଆଦି ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଦେଶ କଂଗ୍ରେସ କମିଟୀ ସଭାପତି ଭକ୍ତଚରଣ ଦାସଙ୍କ ପ୍ରତି ଆଶାଳୀନ ଏବଂ କଟୁ ମନ୍ତବ୍ୟ ଦେଇ ଅପମାନିତ ପୂର୍ବକ ତାଙ୍କର ସମ୍ମାନ ହାନୀ କରୁଥିବା ସୁଧାଂଶୁ ଶେଖର ରାଉତ, ଅଜୟ କୁମାର ପଣ୍ଡା ଓ ନାରାୟଣ ଧଳ ଓରଫ ନାଣ୍ଡୁଙ୍କ ବିରୁଦ୍ଧରେ ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଥାନା ମାନଙ୍କରେ ଅଭିଯୋଗ କରାଯାଇଛି । ଏହି କ୍ରମରେ ଦେବଗଡ ଥାନାରେ ଦେବଗଡ ଜିଲା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।