ତିର୍ତ୍ତୋଲ: ଜୟଶଙ୍ଖପୁର ଗ୍ରାମର ସୁଶିଲ କୁମାର ଲେଙ୍କାଙ୍କୁ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଥାନାରେ ଅଭିଯୋଗ
ତିର୍ତ୍ତୋଲ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଜୟଶଙ୍ଖପୁର ଗ୍ରାମର ସୁଶିଲ କୁମାର ଲେଙ୍କାଙ୍କୁ ଆଜି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ସୁଶିଲ ତାଙ୍କ ବାଡିରେ ଅପରାହ୍ନ ସମୟରେ ଶାଗ କିଆରିରେ ପାଣି ଦେଉଥିବା ବେଳେ ଗ୍ରାମର ୩ ଜଣ ଆସି ତାଙ୍କୁ କାହିଁକି ଆମ ନାଁରେ କେସ କରିଛ ବୋଲି କହି ତାଙ୍କୁ ମାଡ଼ିବସିଲେ। ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ଏକ ବାଡ଼ିରେ ପିଟିବାରୁ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା।