ପୁଇଁନ୍ତଲା ବ୍ଲକ୍ ଅନ୍ତର୍ଗତ ମହିମୁଣ୍ଡା ଅଞ୍ଚଳରେ ଅବସ୍ଥିତ ଶିଶୁ ମନ୍ଦିରକୁ ଆଜି ଅପରାହ୍ନ ୩ଟା ସମୟରେ ଗସ୍ତ କରିଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ। ଏହି ଅବସରରେ ମନ୍ତ୍ରୀ ସ୍ଥାନୀୟ ବୁଦ୍ଧିଜୀବୀ ଓ ସମାଜସେବୀଙ୍କ ସହ ମିଶି ଯୁବ ସଶକ୍ତିକରଣ, ସାମାଜିକ ଉନ୍ନତି ଏବଂ ଅଞ୍ଚଳର ସମଗ୍ର ବିକାଶ ସମ୍ପର୍କରେ ସାର୍ଥକ ଆଲୋଚନା କରିଛନ୍ତି। ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା ଓ ଭବିଷ୍ୟତ ଗଢ଼ିବାରେ ସରକାରୀ ସହଯୋଗ ଆହୁରି ସୁଦୃଢ଼ କରାଯିବ ବୋଲି ମନ୍ତ୍ରୀ ଆଶ୍ୱାସନ ଦେଇଛନ୍ତି।