ତିଲେଇବଣି ବ୍ଲକ ଦୁଧିଆନାଳୀ ପ୍ରାଥମିକ କୃଷି ସମବାୟ ସମିତି ବାର୍ଷିକ ସାଧାରଣ ବୈଠକ ରବିବାର ଦିନ ପ୍ରାୟ 3 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି।ପ୍ୟାକ୍ସର ସଭାପତି ମହେଶ୍ବର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଜିଲ୍ଲା କୃଷକ ସଂଘର ସଭାପତି ପ୍ରମୋଦ ଝାଙ୍କର, ସରପଂଚ ଉଦିତ ନାଏକ, ତରଣୀସେନ ପ୍ରଧାନ, ଭୁବନେଶ୍ବର ଖୁଣ୍ଟିଆ, ଚନ୍ଦ୍ରଶେଖର ପ୍ରଧାନ, ଶ୍ବେତ ପ୍ରଧାନ, ଗିରିଧାରୀ ନାୟକ,ଏସଡିସିସି ବ୍ୟାଙ୍କର ଶାଖା ପରିଚାଳକ ଗୋପିନାଥ ମାଝୀ ଅତିଥି ଭାବେ ଯୋଗ ଦେଇ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ।