ଏନସିସି ତରଫରୁ କେନ୍ଦୁଝରଠାରେ ୭୮ ତମ ଏନସିସି ଦିବସ ଅତ୍ୟନ୍ତ ଉତ୍ସାହ, ନିଖୁଣ ଶୃଙ୍ଖଳା ଏବଂ ଉଜ୍ଜ୍ୱଳ ଦେଶପ୍ରେମ ଭାବନା ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୩୮୦ ଜଣ ଏନସିସି କ୍ୟାଡେଟ୍ ମାନେ ଏକତ୍ରିତ ହୋଇ ଏକତା, ନେତୃତ୍ୱ ଏବଂ ନିଃସ୍ୱାର୍ଥପର ସେବାର ନୀତିକୁ ଚମତ୍କାର ଭାବରେ ପ୍ରଦର୍ଶନ କରିଥିଲେ। ପ୍ରାରମ୍ଭରେ ୧୪ ଓଡ଼ିଶା ବାଟାଲିଅନ୍ ଏନସିସି, କେଉଁଝରର କମାଣ୍ଡିଂ ଅଫିସର କର୍ଣ୍ଣେଲ ଜୟନ୍ତ ମୋହନ ଯୋଶୀ ପତାକା ପ୍ରଦର୍ଶିତ କରିଥିଲେ ।