ନବରଙ୍ଗପୁର ପୋଲିସ ଷ୍ଟେସନ: ବାଣିଆ ଗାଁରେ ସଂଘବଦ୍ଧ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୭ ଜଣ ଆହତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ବାଣିଆ ଗାଁରେ ସଂଘବଦ୍ଧ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୭ ଜଣ ଆହତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ନନ୍ଦାହାଣ୍ଡି ବ୍ଲକରେ ପୂର୍ବଶତ୍ରୁତା କୁ କେନ୍ଦ୍ର କରି ବାଣିଆ ଗାଁରେ ସଂଘଵଦ୍ଧ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୭ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ବାଣିଆ ଗାଁ ରାଜୁ ହିଆଲ, ମହେନ୍ଦ୍ର ହରିଜନ, ଉମେଶ ହରିଜନ, ଚୈତନ୍ୟ ହରିଜନ, ଅର୍ଜୁନ ହରିଜନ, ଯମୁନା ହରିଜନ, ବାଲେଶ୍ଵର ହରିଜନ। ଗ୍ରାମବାସୀ ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।ଡଙ୍ଗରଭେଜା ଫାଣ୍ଡି ଅଧିକାରୀ ଗୁଣନିଧି ବାଘ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି