କେନ୍ଦୁଝର ସହର: ମହାକାର୍ତ୍ତିକ ଧର୍ମମାସ ସବୁଠି ଚାଲିଛି ରାଧାଦାମୋଦଙ୍କ ପୂଜାର୍ଚ୍ଚନା ପ୍ରତିବର୍ଷ ଭଳି ଚଳିତ ବର୍ଷ ମୋଚିନ୍ଦାରେ ଚାଲିଛି ପୂଜା
ସବୁଠି ଚାଲିଛି ରାଧାଦାମୋଦଙ୍କ ପୂଜାର୍ଚ୍ଚନା। ପ୍ରତିବର୍ଷ ଭଳି ଚଳିତ ବର୍ଷ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ମୋଚିନ୍ଦାରେ ଚାଲିଛି ପ୍ରଭୁ ରାଧାକୃଷ୍ଣଙ୍କ ପୂଜା। ଗାଁ ପୁଷ୍କରିଣୀ ଭିତରେ ସୁନ୍ଦର ସୁଉଚ୍ଚ ତୋରଣ ଭିତରେ ପୂଜା ପାଉଛନ୍ତି ପ୍ରଭୁ ରାଧାକୃଷ୍ଣ । ପଞ୍ଚୁକ ଆରମ୍ଭରୁ ପ୍ରଭୁଙ୍କ ଘଟ ସ୍ଥାପନ କରି ଚାଲିଛି ପୂଜା । ବ୍ରାହ୍ମଣର ବେଦ ମନ୍ତ୍ରରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ବ୍ରତ ଧାରୀମାନେ ହବିଷ କରି ପ୍ରଭୁଙ୍କ ନିକଟରେ ବନ୍ଦାପନା କରୁଛନ୍ତି । ପାଞ୍ଚଦିନ ଧରି ହୋମଯଜ୍ଞ କରାଯାଇ ପୂଜା ଅର୍ଚ୍ଚନା ଚାଲିବ । ପୂର୍ଣ୍ଣମୀ ଦିନ ଠାରୁ ମେଳା ଓ ଯାତ୍ରା ।