ରାଜଗାଙ୍ଗପୁର: କୁତ୍ରା ଡାକ୍ତରଖାନା ପ୍ରାଙ୍ଗଣରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଉଦଘାଟିତ
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଡାକ୍ତରଖାନା ପ୍ରାଙ୍ଗଣରେ ଆଜି ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ କୁତ୍ରା ବିଡ଼ିଓ ଗୋପୀନାଥ ଖାଖା ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ବ୍ଳକ ଅଧ୍ୟକ୍ଷା ଶାନ୍ତିଲତା ଲାକ୍ରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।