ଧର୍ମଶାଳା: ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ଛତିଶଦେବିଲ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ରାଷ୍ଟ୍ରୀୟ ବଜରଙ୍ଗ ଦଳ ଓ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ଡିସେମ୍ବର 7 ତାରିଖରେ ଶୌର୍ଯ୍ୟ ସଞ୍ଚଳନ କାର୍ଯ୍ୟକ୍ରମ ପାଇଁ ଯାଜପୁର ସ୍ଥିତ ଛତିଶଦେବିଲ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଥିବା ମଙ୍ଗଳବାର ସନ୍ଧ୍ୟା 7 ଘଟିକା ସମୟରେ ଦେଖିବାକୁ ମିଳିଛି । ଉକ୍ତ ବୈଠକରେ ମୁଖ୍ୟ ମାର୍ଗ ଦର୍ଶକ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ରାଜ୍ୟ ସମ୍ପାଦକ ଅରବିନ୍ଦ ଦାସଙ୍କ ଉପସ୍ଥିତରେ ଏହି ବିଶେଷ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି ।