ସମ୍ୱଲପୁର ଜିଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଏକ ଶପଥ ପାଠ ସଭା ଅତିରିକ୍ତ ଜିଲାପାଳ ଅଶୋକ କୁମାର ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ଅତିରିକ୍ତ ଜିଲାପାଳ ଶ୍ରୀ ଭୋଇ ଉପସ୍ଥିତ ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କୁ ସଚ୍ଚୋଟତା ଓ ନିଷ୍ଠା ସହିତ କାର୍ଯ୍ୟପାଳନ ନିମନ୍ତେ ଶପଥ ପାଠ କରାଇଥିଲେ । ଶପଥ ପାଠ ସଭାରେ ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ବୋଲି ଜିଲା ସୁଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆଜି ରାତି 9 ଟାରେ ସୁଚନା ଦିଆଯାଇଛି ।