ବୁଧବାର କିଆକଟା ଥାନା ଶଙ୍ଖାମାଳ ଗ୍ରାମ ନିକଟରେ ଗଞ୍ଜେଇ ଚାଲାଣ କରୁଥିବା ଏକ କାର ବାଇକକୁ ଧକ୍କା ଦେବା ଫଳରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ବଘିଆପଡା ପଟୁ କିଆକଟା ବ୍ରିଜ ଦେଇ OD 02 CT 7058 ନମ୍ବର ବିଶିଷ୍ଟ କାରରେ ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହ କରି ବୌଦ୍ଧ ପୋଲିସ୍ ପିଛା କରୁଥିବା ବେଳେ କାରଟି ଦୁର୍ଘଟଣା ଘଟାଇ ଥିଲା l