ଯାଜପୁର ହେଡକ୍ୱାର୍ଟର ସ୍ଥିତ ସରକାରୀ କଲେଜରେ ଜନୈକ ଛାତ୍ରଙ୍କୁ ସମସ୍ତଙ୍କ ସାମ୍ନାରେ ନିସ୍ତୁକ ମାଡ ମାରିବା, ପଛପଟୁ ବୁଲେଟ୍ ଚଢାଇ ଦେବା ସହ ଗାଡିରେ ବସାଇ ଅପହରଣ କରିବା ଘଟଣା ଆଲୋଡନ ସ୍ରୁଷ୍ଟି କରିଛି । ଘଟଣାଟି ଯାଜପୁର ହେଡକ୍ୱାର୍ଟର ସ୍ଥିତ ଏକ ସରକାରୀ କଲେଜର ହୋଇଥିବା ବେଳେ ଏହି ଭିଡ଼ିଓ ଗୁରୁବାର ଅପରାହ୍ନ 3 ଘଟିକା ସମୟରେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ବେଳେ, ଦିନ ଦ୍ୱିପହରେ ଏପରି ଘଟଣା ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସ୍ରୁଷ୍ଟି ହୋଇଛି ।