ଭୋଗରାଇ: କମର୍ଦ୍ଦା ରେ ଏଟିଏମ ଲୁଟ ଅଭିଯୋଗ, ଘଟଣା ସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ
ବିଳମ୍ବିତ ରାତି ରେ ଏଟିଏମ୍ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୁର୍ତ୍ତ, ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦ୍ଦା ବଜାର ରେ ଥିବା ବ୍ଯାଙ୍କ ଅଫ୍ ଇଣ୍ତିଆ ଏଟିଏମ୍ ରୁ ହୋଇଛି ଲୁଟ, ଆଜି ସକାଳେ ସ୍ଥାନୀୟ ଲୋକ ଏଟିଏମ କୁ ଟଙ୍କା ଉଠାଇବା ପାଇଁ ଯାଇଥିବା ବେଳେ ଏଟିଏମ ଭଙ୍ଗା ଯାଇ ଥିବା ଦେଖି ସଙ୍ଗେ ସଙ୍ଗେ କମର୍ଦ୍ଦା ଥାନା ପୋଲିସ କୁ ଖବର ଦେଇ ଥିଲେ, ତେବେ ଥାନା ଠାରୁ ମାତ୍ର ୧୫୦୦ ମିଟର ଦୂର ରେ ଏଟିଏମ ଥିବା ବେଳେ ପୋଲିସ କୁ ଖୋଲା ଚ୍ଯାଲେଞ୍ଜ ଦେଇ ଲୁଟ କରିଛନ୍ତି ଲୁଟେରା ଗ୍ଯାଙ୍ଗ, ଖବର ପାଇ କମର୍ଦ୍ଦା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ।