ବାରକୋଟ ବ୍ଳକ ନେତ୍ରାବାହାଳ ଗ୍ରାମ କ୍ରିକେଟ ପଡିଆରେ ନେହେରୁ କ୍ଲବ ପକ୍ଷରୁ ପାଞ୍ଚ ଦିବସୀୟ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଦିବସରେ ସନ୍ଧ୍ୟା ପ୍ରାୟ 5 ପର୍ଯ୍ୟନ୍ତ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ବମ୍ପରଡା ଗ୍ରାମପଞ୍ଚାୟତ ସରପଞ୍ଚ ନମିତା ସାହୁ ଏହାର୍ ଉଦଘାଟନ କରିଥିଲେ। ନେତ୍ରାବାହାଲ ଗ୍ରାମର ୱାର୍ଡ ସଭ୍ଯ ମଞ୍ଚାସୀନ ଥିଲେ। ଆୟୋଜକ ଅନୁଷ୍ଠାନ ସଭାପତି ପ୍ରଶାନ୍ତ ମହନ୍ତ , ସମ୍ପାଦକ ସୌଭାଗ୍ୟ କୁଆଁର ତଥା ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।