କୁଚିଣ୍ଡା: କବରିବାହାଲ୍ ପଞ୍ଚାୟତ କାର୍ଯ୍ୟାଳୟ ଆକାଉଣ୍ଟ ରୁ ଟଙ୍କା ହଡ଼ପ କରି ଜଣେ ଗିରଫ
ବାମରା ବ୍ଲକ କବରିବାହାଲ ପଞ୍ଚାୟତ ର ପଞ୍ଚମ ଫାଇନାନ୍ସ କମିଶନ ଆକାଉଣ୍ଟରୁ ଗତ ସେପ୍ଟେମ୍ବର ଓ ଅକ୍ଟୋବର ମାସ ରେ ୬ ଟି ପର୍ଯ୍ୟାୟରେ ମୋଟ ୪ ଲକ୍ଷ ୮ ହଜ଼ାର ୩୯ ଟଙ୍କା ଗାୟବ ହୋଇଯାଇଥିଲା। ଏନେଇ ଅଭିଯୋଗ ପାଇ ସମ୍ବଲପୁର ସାଇବର ଥାନା ପୋଲିସ ସମ୍ବଲପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଠିକା କର୍ମଚାରୀ ବିଷ୍ଣୁ ପ୍ରସାଦ ପାଣ୍ଡେ କୁ ଗୁରୁବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।