ଆନନ୍ଦପୁର: ହାଟଡିହିରେ କେନ୍ଦୁଝର ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ
ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ୩/୪ମାସ ଅନ୍ତରରେ ଏହି ଶୁଣାଣୀ ହେଉଥିବାରୁ ଶହ ଶହ ଲୋକ ବିଭିନ୍ନ ସମସ୍ୟା ନେଇ ଦୁର ଦୁରାନ୍ତରୁ ଧାଇଁ ଆସିଥିଲେ। ବିଶେଶ କରି ରାସ୍ତା, ଗ୍ରାମ୍ୟ ସମସ୍ୟା, ଭତ୍ତା, ରେଷନ ଚାଉଳ ସମସ୍ୟା ଅଧିକ ଥିଲା। ମୋଟ ୨୧୮ଟି ଅଭିଯୋଗର ଶୁଣାଣୀ ହୋଇଥଲା। ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ବିଶାଳ ସିଂ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ କୁମାର ନାଗ ଭୂଷଣ, ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନା, ଏସ ଡିପିଓ ପ୍ରସାନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ।