ମଙ୍ଗଳବାର ଅପରାହ୍ନରେ ସୋର ତହସିଲ ଓ ଖଣି ବିଭାଗ ପକ୍ଷରୁ ଖଞ୍ଜାମାହାଲ ପଥର ଖାଦାନରେ ଚଢ଼ାଉ କରାଯାଇ ଜବତ କରାଯାଇଥିବା ପଥରକୁ ୨୧ ଲକ୍ଷରେ ନିଲାମ କରାଯାଇଛି। ସୁଚନା ଅନୁସାରେ ଦିର୍ଘଦିନ ଧରି ଖଞ୍ଜାମହାଲ ପଥର ଖାଦାନ ବନ୍ଦ ଥିବା ବେଳେ ପଥର ଚୋରି ରୋକିବାର ନା ଧରୁନି। କୋଟି କୋଟି ଟଙ୍କାର ପଥର ଲୁଟ ହେଉଥିବା ବେଳେ ସରକାର କ୍ଷତି ସହୁଛନ୍ତି। ଗତ କିଛି ଦିନ ତଳେ ବାଲେଶ୍ୱର ଜିଲାପାଳ ଖାଦନ ଗସ୍ତରେ ଆସି ଏଠାରେ ଏକ ପୁଲିସ କ୍ୟାମ୍ପ ଲଗାଇଥିଲେ। ପଥର ଚୋରି ପୁର୍ବବତ ଚାଲୁ ରହୁଥିବାର ଅଭିଯୋଗ ହେବାରୁ ଅପରାହ୍ଣରେ ସୋର ତହସିଲ ଦାର ଦୈତାରି ମଲ୍ଲିକ ଖଣି ଅଧିକାରୀଙ୍କ ସହ ଚଢ଼ାଉ କରିଥିଲେ।