ନୂଆଗାଁ ବ୍ଲକର ପୁରୁଣାପାଣି ଉଚ୍ଚ ବିଦ୍ୟାଳୟରେ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି।ଏହା ବିଦ୍ୟାଳୟର ପ୍ରଧାନ ଶିକଷୟିତ୍ରୀ ବନ୍ଦନା ରାଣୀ ପଟେଲଙ୍କ ତତ୍ତ୍ଵାବଧାନରେ କରାଯାଇଥିଲା।ଏଥିରେ ଅବସରପ୍ରାପ୍ତ ବିଦ୍ୟାଳୟର ନିରୀକ୍ଷକ ତଥା ପଞ୍ଚସଖା ଶିକ୍ଷା ସେତୁର ସଭାପତି ଗୋଲାପ ଚନ୍ଦ୍ର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।ଜେଆରସି ଓଡ଼ିଶା ଷ୍ଟେଟ ବ୍ରାଞ୍ଚର ନିର୍ଦ୍ଦେଶ କ୍ରମେ ଏହା କରାଯାଇଥିଲା।