ପୋଲସରା: ପୋଲସରା ଓକିଲ ସଙ୍ଘ ପକ୍ଷରୁ ଶୋକ ସଭା, ବୁଗୁଡ଼ା ଓକିଲ ସଙ୍ଘ ପକ୍ଷରୁ କେଣ୍ଡେଲ ଯାତ୍ରା
ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ଓକିଲ ପୀତବାସ ପଣ୍ଡା ଙ୍କୁ ଗୁଳିକରି ହତ୍ୟା ଘଟଣା କୁ ବିରୋଧ କରି ପ୍ରତିବାଦ କରିଛି ଆଇନଜୀବୀ ସଂଘ l ଆଇନଜୀବୀ ଙ୍କ ପରିବାରକୁ କ୍ଷତି ପୁରଣ ସହ ଅଭିଯୁକ୍ତ ଙ୍କୁ ଗିରଫ ଦାବିରେ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି ଆଇନଜୀବୀ l ଏହାକୁ ସମର୍ଥନ ଜଣାଇ ଗଞ୍ଜାମ ଜିଲ୍ଲା ପୋଲସରା ଏବଂ ବୁଗୁଡ଼ା ଆଇନଜୀବୀ ସଙ୍ଘ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ପୋଲସରା ଓକିଲ ସଂଘ କାର୍ଯ୍ୟାଳୟ ଠାରେ ସଭାପତି କବିରାଜ ଦାଶ ଙ୍କ ଅଧ୍ୟକ୍ଷତାରେ ଦୁଇ ମିନଟ ଶୋକ ସଭା ଅନୁଷ୍ଠିତ ହୋଇ ଥିଲା l