ସୋର ଥାନା ବାଳଙ୍ଗ ଗ୍ରାମରୁ ମଦ ଜବତ କରିବା ସହିତ ଜଣକୁ ଗିରଫ କରି ଅନନ୍ତପୁର ଫାଣ୍ଡି ପୁଲିସ କୋର୍ଟ ଚାଲାଣ କରିଛି। ଏହି ଗ୍ରାମର ଲକ୍ଷ୍ମଣ ହାଂସଦା ମଦ ବିକ୍ରିକରୁଥିବା ନେଇ ଫାଣ୍ଡିରେ ଅଭିଯୋଗ ହୋଇଥିଲା। ଫଳରେ ପୁଲିସ ଗତକାଲି ରାତିରେ ଲକ୍ଷ୍ମଣଙ୍କ ଘରେ ଚଢ଼ାଉ କରି ୯. ୩୦୦ ଲିଟର ବିଦେଶୀ ମଦ ଏବଂ ୫.୪୦୦ ଲିଟର ଆସ୍କା ଫର୍ଟି ମଦ ଜବତ କରି ତାକୁ ଥାନାରେ ଅଟକ ରଖିଥିଲେ। ଆଜି ଏ ବାବଦରେ ସୋର ଥାନାରେ ଏକ ମାମଲା ରୁଜ୍ଜୁ କରି ଲକ୍ଷ୍ମଣ କୁ ଗିରଫ କରି ସୋର ମେଡ଼ିକାଲରେ ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।