ପାଲଲହଡା: ମର୍ଦଙ୍ଗାମୁଣ୍ଡା ଟ୍ରକ ଦୁର୍ଘଟଣା ଘଟଣା ବିଧାୟକଙ୍କ ହସ୍ତକ୍ଷେପ ପରେ ହଟିଲା ଧାରଣା ।
ଗତ ଶୁକ୍ରବାର ଦିନ ୫୩ ନମ୍ବର ଜାତୀୟ ରାଜପଥ ମର୍ଦଙ୍ଗାମୁଣ୍ଡା ନିକଟରେ ହୋଇଥିବା ପାଉଁଶ ବୋଝେଇ ଟ୍ରକ ଦୁର୍ଘଟଣାରେ ଦୁଇ ବାଇକ ଆରୋହି ଗୁରୁତର ହେବା ନେଇ କ୍ଷତିପୂରଣ ଦାବିରେ ପରିବାର ଲୋକେ ଧାରଣା ଦେଇଥିଲେ । ତିନିଦିନ ପରେ ରବିବାର ଅପରାହ୍ନ ୪ ଘଟିକା ସମୟରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଉପସ୍ଥିତିରେ ସମାଧାନ ହୋଇଥିଲା ।