ନବରଙ୍ଗପୁର ପୋଲିସ ଷ୍ଟେସନ: ମଡେଲ ଡିଗ୍ରୀ କଲେଜରେ ଜାତୀୟ ସେବା ଯୋଜନା ପର୍ଯ୍ୟବେକ୍ଷଣ ଦିବସ ଏବଂ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ
ମଡେଲ ଡିଗ୍ରୀ କଲେଜରେ ଜାତୀୟ ସେବା ଯୋଜନା ପର୍ଯ୍ୟବେକ୍ଷଣ ଦିବସ ଏବଂ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ । ନବରଙ୍ଗପୁର ମୋଡେଲ ଡିଗ୍ରୀ କଲେଜ ଠାରେ ଜାତୀୟ ସେବା ଯୋଜନା ପର୍ଯ୍ୟବେକ୍ଷଣ ଦିବସ ଏବଂ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ ଶ୍ରୀ କୁନୁ ନାୟକ, ନବରଙ୍ଗପୁର ଓକିଲ ସଂଘ ସଭାପତି ଶ୍ରୀ ସିରାଜୁଦ୍ଧିନ ଅହମଦ, ବିଶିଷ୍ଟ ଶିକ୍ଷାବିତ ଶ୍ରୀ ବିଜୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ