ଲକ୍ଷ୍ମୀପୁର: ନାରଗଛ ଗାଁକୁ ପକା ରାସ୍ତା ସୁବିଧା ନାହିଁ,ଆସି ପାରୁନି ଆମ୍ବୁଲାନ୍ସ ଗାଡି, ୨ କିମି ଦୂର ଭାରରେ ବୁହା ହୋଇ ଡାକ୍ତରଖାନା ଗଲେ ରୋଗୀ
ଗାଁ କୁ ପକା ରାସ୍ତା ସୁବିଧା ନାହିଁ। ଜଣେ ଜର ରେ ପଡିତ ରୋଗୀ କୁ ଗାଁ ଠାରୁ ୨ କିମି ଦୂର ଭାର ରେ ବହି ଡାକ୍ତରଖାନା ନେଉଥିବା ଆଜିରାତିରେ ଦେଖିବାକୁ ମିଳିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡା ପଦର ପଞ୍ଚାୟତ ଅଧିନସ୍ଥ ନାରଗଛ ଗାଁ ରେ। ଗାଁ କୁ ନିତି ଦିନିଆ ଯାତାୟତ ପାଇଁ ପକା ରାସ୍ତା ସୁବିଧା ନଥିବାରୁ ଗାଁ ଠାରୁ ୨ କିମି ଦୂର ଡଲିମାଳ ଗାଁ ଛକ ଯାଏଁ ଏକ ଖଟିଆ ଭାର ରେ ୪ ଜଣ ଯୁବକ ବହି ନେଇଥିଲେ। ଏବଂ ସେହି ଠାରୁ ଆମ୍ବୁଲାନ୍ସ ଗାଡି ଯୋଗେ ଦଶମନ୍ତପୁର ଡାକ୍ତରଖାନା ରେ ନେଇ ଭର୍ତ୍ତି କରିଥିବା ସୂଚନା।