ଛତ୍ରପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଗ୍ରାଉଣ୍ଡ ପାର୍ଶ୍ଵର ରାସ୍ତା ଜରାଜୀର୍ଣ୍ଣ, ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ବାସିନ୍ଦା <nis:link nis:type=tag nis:id=Jansamasya nis:value=Jansamasya nis:enabled=true nis:link/>
ବ୍ରହ୍ମପୁର ମହାନଗର ଏମକେସିଜି ମେଡିକାଲ କଲେଜ ଗ୍ରାଉଣ୍ଡ ପାର୍ଶ୍ଵରେ ଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପାଦେ ପାଦେକେ ଖାଲଖମା ଭରି ହୋଇ ରହିଛି। ରାସ୍ତାରେ ଖାଲ ଖମା ସୃଷ୍ଟି ହୋଇ ଗୋଡ଼ି ଉପୁଡ଼ି ପଡ଼ିଛି। ଏହାର ଅତି ନିକଟରେ ବଡ ମେଡ଼ିକାଲ ରହିଥିବାରୁ ଗୁରୁତର ରୋଗୀ ମାନଙ୍କୁ ମଧ୍ୟ ଆମ୍ବୁଲାନ୍ସ ଦ୍ଵାରା ନିଆ ଯାଉଥିବା ବେଳେ ରାସ୍ତା ସମସ୍ୟା ଯୋଗୁଁ ଅନେକ ସମୟରେ ଆମ୍ବୁଲାନ୍ସ ଫସି ରହୁଛି। ବୁଧବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବାସିନ୍ଦା।