ବନବିଭାଗ କର୍ମଚାରୀ ନିଖୋଜ, ପରିବାର ମଧ୍ୟରେ ଆତଙ୍କ ବଲାଙ୍ଗୀର ହାତୀଶାଲ ପଡା ରୁ ଏକ ଚିନ୍ତାଜନକ ଖବର ଆଜି ରାତି ୧୦ଟା ସମୟରେ ସାମ୍ନାକୁ ଆସିଛି । , ବଲାଙ୍ଗୀର ବନବିଭାଗର Wildlife Squad ରେ କାର୍ଯ୍ୟରତ କର୍ମଚାରୀ ଶ୍ରୀ ଉମେଶ ବଘାର ଗତକାଲି ଅପରାହ୍ନ ପ୍ରାୟ ୧୨ଟା ୩୦ ମିନିଟ୍ରୁ ନିଖୋଜ ହୋଇଯାଇଛନ୍ତି । ଡ୍ୟୁଟି ସେଷ କରି ଘରକୁ ଆସିଥିବା ପରେ, ଘରେ ମୋବାଇଲ ଓ ଗାଡି ଛାଡ଼ି, କେବଳ କଳା ଟି-ଶାର୍ଟ ଓ ଫୁଲ ପ୍ୟାଣ୍ଟ ପିନ୍ଧି ଘରୁ ବାହାରି ଯାଇଥିଲେ । ତାପରେ ସେ ନିଖୋଜ ହୋଇ ଯାଇଛନ୍ତି ।