ସିମୁଳିଆ: ଖଇରା ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ବ୍ଲକ ଠାରୁ କଲେଜ ପର୍ଯ୍ୟନ୍ତ ଗଣଦୌଡ ଅନୁଷ୍ଠିତ
ଖଇରା ପୋଲିସ ପକ୍ଷରୁ ରନ ଫର ୟୁନିଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଆୟୋଜିତ ହୋଇଛି ଗଣଦୌଡ ତଥା ରାଷ୍ଟ୍ରୀୟ ଏକତା ଦିବସରେ ରନ ଫର ୟୁନିଟି କାର୍ଯ୍ୟକ୍ରମ କୁ ଖଇରା ଆଇଆଇସି ଶୁଚନ୍ଦ୍ର କୁମାର ମହାଳିକ ଙ୍କ ନେତୃତ୍ୱ ଖଇରା ବ୍ଲକ ଠାରୁ ଖଇରା କଲେଜ ପର୍ଯ୍ୟନ୍ତ ଏକ ଗଣ ଦୌଡ଼ ଆୟୋଜିତ ହୋଇଥିଲା l ଏଥିରେ ଏକତା, ଭାଇଚାରା ବିକାଶ ଦିଗ ରେ ଏହି ଗଣ ଦୌଡ଼ ର ମୁଖ୍ୟ ଲକ୍ଷ l ଏହି କାର୍ଯ୍ୟକ୍ରମ ରେ ଖଇରା ପୋଲିସ ସମେତ ସାମ୍ବାଦିକ ଓ ଅଂଚଳବାସି ମାନେ ସାମିଲୀ ହୋଇଥିଲେ l