ଜାନୁୟାରୀ ୬ରୁ ୨୦ ପର୍ଯ୍ୟନ୍ତ ବଲାଙ୍ଗିରରେ ପାଣି ପଞ୍ଚାୟତ ପକ୍ଷ ପାଳନ ବଲାଙ୍ଗିର ଜିଲ୍ଲାରେ ଆଗାମୀ ଜାନୁୟାରୀ ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯିବ। ଏନେଇ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ୧ ଟା ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପାଣି ପଞ୍ଚାୟତର ଭୂମିକା ଓ ଜଳ ସଂରକ୍ଷଣ ନେଇ ସଚେତନତା ବୃଦ୍ଧି ଏହାର ମୂଳ ଉଦ୍ଦେଶ୍ୟ। ପକ୍ଷ ପାଳନ ଅବସରରେ ସଚେତନତା ରଥ, ପ୍ରତିଯୋଗିତା, ପ୍ରଦର୍ଶନୀ ଓ ସମାବେଶ ଆୟୋଜନ କରାଯିବ।