ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ୫୪ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ଓଡିଶା ସାଇକ୍ଲିଙ୍ଗ ଏସୋସିଏସନ ସଭାପତି, ଓମେନ ଫେଡେରେସନ ଅଫ୍ ଇଣ୍ଡିଆ ଅଧ୍ଯକ୍ଷା ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ ଜାତୀୟ କ୍ରୀଡାବିତ୍ ମିନତି ମହାପାତ୍ର ମୁଖ୍ୟ ଅତିଥ୍ୟ ଭାବେ ଯୋଗଦେଇ କ୍ରୀଡା ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରିଥିଲେ । ପୂର୍ବତନ ଜେନେରାଲ ମ୍ୟାନେଜର ରାଉରକେଲା ଷ୍ଟିଲ ପ୍ଲାଣ୍ଡ ପ୍ରକାଶ ଦାଶ ସମ୍ମାନିତ ଅତିଥୁ ଭାବେ ଯୋଗ ଦେଇଥିଲେ । ସଂସଦର ସାଧାରଣ ସଂପାଦକ ହରିନାରାୟ