ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କେରମେଲି ଗ୍ରାମରେ କେରମେଲି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଉତ୍ସାହ ଓ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ରୋମାଞ୍ଚକର ଫାଇନାଲ ମ୍ୟାଚରେ ପିପଲପଦର ଦଳ ଚମତ୍କାର ପ୍ରଦର୍ଶନ ସହ ଚାମ୍ପିଅନ ହେବାର ଗୌରବ ଅর্জନ କରିଥିବାବେଳେ କରୁଆଁଝର ଦଳ ରନରଅପ ହୋଇଛି। ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଶ୍ରୀଯୁକ୍ତ ଗୋଲାପ ବାଗ ଓ ସ୍ଥାନୀୟ ସରପଞ୍ଚ ଜନ୍ମା ମେହେର ଯୋଗଦେଇ ବିଜୟୀ ଓ ପରାଜିତ ଦଳକୁ ପୁରସ୍କୃତ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ।