ଧର୍ମଗଡ: ଧଅଁରପୁର ସ୍ଥିତ ଏକ ଗଛ ରୁ କଲେଜ ପଢୁଆ ଯୁବକ ର ଝୁଲନ୍ତା ମୃତ ଦେହ ଉଦ୍ଧାର,କାରଣ ଅସ୍ପଷ୍ଟ, ପୋଲିସ ର ତଦନ୍ତ ଜାରି।
କୋକସରା ଥାନା ଧଅରପୁର ଗ୍ରାମର ମହେନ୍ଦ୍ର ପୋଟା ଙ୍କ ପୁଅ ଘନଶ୍ୟାମ ପୋଟା (୧୮) ଙ୍କ ଝୁଲନ୍ତା ଶବ ଗ୍ରାମ ନିକଟସ୍ଥ ଚାଷଜମି ରେ ଥିବା ଏକ ଗଛ ରେ ଝୁଲୁଥିବା ଦେଖି କିଛି ସ୍ଥାନୀୟ ଲୋକମାନେ ନାବାଳକ ର ପରିବାର କୁ ଖବର ଦେଇଥିଲେ।ପରିବାର ଲୋକେ ଏନେଇ କୋକସରା ପୋଲିସ କୁ ଖବର ଦେବାପରେ।ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇଥିଲେ।