ରେଢାଖୋଲ: ରେଙ୍ଗାଲମୁଣ୍ଡା ଗ୍ରାମରୁ ୧୨୯ କେଜି ଗଞ୍ଜେଇ ଜବତ, ଦୁଇ ଜଣ ଗିରଫ
ରେଙ୍ଗାଲମୁଣ୍ଡା ଗ୍ରାମରୁ ୧୨୯ କେଜି ଗଞ୍ଜେଇ ଜବତ, ଦୁଇ ଜଣ ଗିରଫ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଘୋଷରାମାଲ ପଞ୍ଚାୟତ ର ରେଙ୍ଗାଲମୁଣ୍ଡା ଗ୍ରାମରେ ଶୁକ୍ରବାର ସକାଳେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୨୯ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣକୁ ଗିରଫ କରାଯାଇଛି । ଗିରଫ ମାନେ ହେଲେ ପପୁନ ରାଉଲ ଓ ଗଗନ ରାଉଳ ଏ ଦୁହିଁଙ୍କୁ ଗିରଫ କରାଯାଇଥିବା ବେଳେ ଚଢ଼ାଉ ସମୟରେ ସ୍ବାଧୀନ ରାଉଳ ଫେରାର ହୋଇଯାଇଛି। ସୂଚନାଯୋଗ୍ୟ ବଉଦ ଅଞ୍ଚଳରୁ ଗଞ୍ଜେଇ ଆଣି ଘରେ ଗଛିତ ରଖିଥିଲେ । ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା ।