ଖୁଣ୍ଟା ବ୍ଲକ ଅନ୍ତର୍ଗତ ଡୁକୁରା କାଳି ମନ୍ଦିର ପ୍ରାଙ୍ଗଣରେ ୬୬ ତମ ସାର୍ବଜନୀନ ମା କାଳିପୂଜା ପଦାର୍ପଣ ହୋଇଯାଇଛି। ସୋମବାର ମଧ୍ୟ ରାତିରେ ରୀତିନୀତି ଅନୁସାରେ ଘଟ ଉତ୍ତୋଳନ ହେବା ସହିତ ପୂଜକଙ୍କ ଦ୍ୱାରା ମା'ଙ୍କର ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ମଙ୍ଗଳବାର ସକାଳୁ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁମାନେ ମା'ଙ୍କୁ ପୂଜା କରିବା ପାଇଁ ଆସିଥିଲେ। ସେହିପରି ସାର୍ବଜନୀନ ମା କାଳିପୂଜା କମିଟି ପକ୍ଷରୁ ମଙ୍ଗଳବାର ଅନ୍ନଛତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ପ୍ରସାଦ ସେବନ କରିଥିଲେ।