ଶାଲିମର ରେଳ ଷ୍ଟେସନ ରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ କୁ ନେଇ ନଭେମ୍ବର ମାସ ରେ ମୋଟ ୧୧ ଗୋଟି ଟ୍ରେନ ବାତିଲ ରହିବ। ସେ ମଧ୍ୟରୁ ନଭେମ୍ବର ମାସ ର ୧୧ ଓ ୧୯ ତାରିଖ ଦିନ ମୁମ୍ବାଇ ଶାଲିମାର ଏକ୍ସପ୍ରେସ ଟ୍ରେନ ବାତିଲ ରହିବ। ସେହି ଭଳି ୧୩ ଓ ୨୧ ତାରିଖ ଦିନ ସାଲିମାର ମୁମ୍ବାଇ ଏକ୍ସପ୍ରେସ ଟ୍ରେନ ବାତିଲ ରହିବ। ଏନେଇ ଗୁରୁବାର ସନ୍ଧ୍ୟା ସାତଟା ସମୟରେ ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।