ରେଢାଖୋଲ: ତନ୍ତଗାଡ ଗ୍ରାମରେ ମା କୁ ତଣ୍ଟିଚିପି ହତ୍ୟା ଘଟଣା , ଅଭିଯୁକ୍ତ ପୁଅ କୋର୍ଟ ଚାଲାଣ
ତନ୍ତଗାଡ ଗ୍ରାମରେ ମା କୁ ତଣ୍ଟିଚିପି ହତ୍ୟା ଘଟଣା , ଅଭିଯୁକ୍ତ ପୁଅ କୋର୍ଟ ଚାଲାଣ ରେଢ଼ାଖୋଲ ଥାନା କଦଳୀଗଡ ପଞ୍ଚାୟତ ଅନ୍ତର୍ଗତ ତନ୍ତଗାଡ ଗ୍ରାମରେ ମାକୁ ତଣ୍ଟି ଚିପି ହତ୍ଯା ଘଟଣାରେ ପୁଲିସ ହେପାଜତରେ ରହିଥିବା ଅଭିଯୁକ୍ତ ପୁଅ ଟେକାରାମ ସାହୁ(ଲିପୁନ)କୁ ରବିବାର ସକାଳେ କୋର୍ଟଚାଲାଣ କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ରେଢ଼ାଖୋଲ ପୁଲିସ ଘଟଣାସ୍ଥଳରୁ ମୃତ ଇନ୍ଦୁମତୀଙ୍କ ଗଳିତ ଶବକୁ ଗାଁ ମୁଣ୍ଡ ଜମିରେ ଜବତ କରିଥିବା ବେଳେ ଶନିବାର ରେଢ଼ାଖୋଲ ଡାକ୍ତର ଖାନାରେ ଶବ ବ୍ଯବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।