ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କଞ୍ଚୁରୁ ଛକ ନିକଟରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି l ଦୁର୍ଘଟଣା ରେ ଆଦିପୁର ଗ୍ରାମର 28 ବର୍ଷୀୟ କାମେଶ୍ୱର ସ୍ୱାଇଁ ନାମକ ଯୁବକ ମୃତ୍ୟୁ ହୋଇଛି l କାମେଶ୍ୱର କୌଣସି କାମରେ କଞ୍ଚୁରୁ ଗ୍ରାମକୁ ଯାଇ ଫେରୁବ ସମୟରେ ଛକ ନିକଟରେ ଅସାବଧାନତା ବଶତଃ ରାସ୍ତା କଡ଼ କୁ ଖସିପଡି ଥିଲେ l ଦୁର୍ଘଟଣା ପରେ କାମେଶ୍ୱର ରାସ୍ତାଉପରେ ପଡ଼ିଥିବା ବେଳେ ସ୍ଥାନୀୟ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଥିଲେ l